ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ

ଅନଲାଇନ ଆବେଦନ ଫର୍ମ ପୂରଣ କରିବା ପୂର୍ବରୁ ଦୟାକରି ନିର୍ଦ୍ଦେଶାବଳୀକୁ ଭଲ ଭାବେ ପଢନ୍ତୁ ଏବଂ ଧ୍ୟାନର ସହ ଆଗକୁ ବଢନ୍ତୁ

କାର୍ଯ୍ୟସୂଚୀ
କାର୍ଯ୍ୟ ତାରିଖ
ଅନଲାଇନ୍ ଆବେଦନ ଆରମ୍ଭ ତାରିଖ 22/06/2021
ଅନଲାଇନ୍ ଆବେଦନ ଦାଖଲର ଶେଷ ତାରିଖ 15/07/2021 (23:59 ଘଣ୍ଟା)
କମ୍ପ୍ୟୁଟରଆଧାରିତନିଯୁକ୍ତିପରୀକ୍ଷା(CBRE) ତାରିଖ 06/08/2021 to 16/08/2021
* ଯେକୌଣସି ପରିବର୍ତ୍ତନ ଏହି ୱେବସାଇଟ୍ ରେ ପ୍ରଦର୍ଶିତ ହେବ |

ଯୋଗ୍ୟତା :

ଦୟାକରି ଆମର ୱେବସାଇଟ୍ http://odishapolice.gov.in/ ରେ ବିସ୍ତୃତ ବିଜ୍ଞପ୍ତିକୁ ପଢନ୍ତୁ | ଆବେଦନକାରୀ ଏହି ପଦବୀ ପାଇଁ ଆବେଦନ କରିବା ପୂର୍ବରୁ ବିଜ୍ଞାପନ ଅନୁଯାୟୀ ପଦବୀ ପାଇଁ ଯୋଗ୍ୟତା ମାନଦଣ୍ଡ ହାସଲ କରିଥିବା ଆବଶ୍ୟକ |

: “Click Here to download Instructions in Tamil”

କେମିତି ଆବେଦନ କରିବେ

  1. ଅନଲାଇନ୍ ଆବେଦନ ପାଇଁ ପ୍ରକ୍ରିୟା :

    1. ପୂର୍ବ ଆବଶ୍ୟକତା:

      ଫର୍ମ ପୂରଣ କରିବା ପୂର୍ବରୁ, ନିମ୍ନଲିଖିତ ସବୁକୁ ପ୍ରସ୍ତୁତ ରଖନ୍ତୁ:

      1. ମୋବାଇଲ୍ ନମ୍ବର (OTP ଦ୍ୱାରା ଭେରିଫାଏ ହେବ)
      2. ଇମେଲ୍ ID
      3. ସ୍କାନ ହୋଇଥିବା ରଙ୍ଗୀନ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ (JPEG ଫର୍ମାଟରେ ) (11 KB ରୁ 80 KB)
      4. ସ୍କାନ ହୋଇଥିବା ଦସ୍ତଖତ (JPEG ଫର୍ମାଟରେ ) (05 ରୁ 50 KB).
      5. ଫଟୋ ଓ ଦସ୍ତଖତ ପାଇଁ ନିର୍ଦ୍ଦିଷ୍ଟ ଇମେଜ୍ ଫାଇଲ ଆକାର କରିବା ଲାଗି ପ୍ରାର୍ଥୀ ଯେକୌଣସି ଅନଲାଇନ୍ ଫାଇଲ୍ କନଭର୍ଟର ୱେବସାଇଟ୍ କୁ ଯାଇ ଆକାର ପରିବର୍ତ୍ତନ କରିପାରିବେ |
      6. ପ୍ରାର୍ଥୀ ଉଭୟ ଫଟୋ ଏବଂ ଦସ୍ତଖତ ଅପଲୋଡ୍ ପୃଷ୍ଠାରେ ଇମେଜ୍ ଆକାର ବଦଳାଇବା ପାଇଁ ରେଫରେନ୍ସ ଗାଇଡ୍ ମଧ୍ୟ ରେଫର୍ କରିପାରିବେ |
        1. ନୋଟ୍ 1: ଅସ୍ପଷ୍ଟ ଫଟୋଗ୍ରାଫ୍ / ଅସ୍ପଷ୍ଟ ଦସ୍ତଖତ ଥିଲେ ଆବେଦନପତ୍ର ଖାରଜ ହୋଇଯିବ |
        2. ନୋଟ୍ 2: ଆବେଦନକାରୀଙ୍କୁ ନିଜର ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଠିକଣା ଦେବାକୁ ପରାମର୍ଶ ଦିଆଯାଇଛି କାରଣ ଗୋଟିଏ ମୋବାଇଲ୍ ନମ୍ବର / ଇ-ମେଲ୍ ID ରୁ କେବଳ ଗୋଟିଏ ଆବେଦନ ଗ୍ରହଣ କରାଯିବ |ଆବେଦନକାରୀଙ୍କୁ ସେମାନଙ୍କର ସଠିକ ଏବଂ ସକ୍ରିୟ ଇ-ମେଲ୍ ଠିକଣା ଏବଂ ମୋବାଇଲ୍ ନମ୍ବରକୁ ଅନଲାଇନ୍ ଆବେଦନରେ ପୂରଣ କରିବାକୁ ପରାମର୍ଶ ଦିଆଯାଇଛି କାରଣ ବୋର୍ଡ ଦ୍ୱାରା ଇ-ମେଲ୍ / SMS ମାଧ୍ୟମରେ ଯୋଗାଯୋଗ ହେବ | ଅଧିକନ୍ତୁ, ଯଦି ଆବଶ୍ୟକ ହୁଏ ତେବେ ପାସୱାର୍ଡ / ରେଫରେନ୍ସ ନମ୍ବରର ପୁନରୁଦ୍ଧାର ପାଇଁ ଇ-ମେଲ୍ ଠିକଣା ଏବଂ ମୋବାଇଲ୍ ନମ୍ବର ମଧ୍ୟ ବ୍ୟବହୃତ ହେବ |
    2. ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ:
      1. ଆବେଦନଗୁଡ଼ିକ କେବଳ ପଞ୍ଜୀକରଣ ପୋର୍ଟାଲରେ ଅନଲାଇନ୍ ମୋଡ୍ ରେ ଦାଖଲ ହେବା ଜରୁରୀ | ତାହା ହେଉଛି https://odipolsi21.onlineapplicationform.org/ODIPOL/
      2. ଆବେଦନକାରୀମାନେ କେବଳ ଗୋଟିଏ ସାଧାରଣ ଅନଲାଇନ୍ ଆବେଦନ ପତ୍ର ଦାଖଲ କରିବେ |ଯଦି କୌଣସି ପର୍ଯ୍ୟାୟରେ ଆବେଦନକାରୀଙ୍କ ଏକରୁ ଅଧିକ ଆବେଦନ ପତ୍ର ଚିହ୍ନଟ ହୁଏ, ସମସ୍ତ ଆବେଦନ ବୋର୍ଡ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇପାରେ ଏବଂ ପରୀକ୍ଷା ପାଇଁ ତାଙ୍କ ପ୍ରାର୍ଥୀପତ୍ର ବାତିଲ ହୋଇପାରେ।
      3. ଅନ୍ୟ କୌଣସି ମାଧ୍ୟମରେ ଦାଖଲ ହୋଇଥିବା ଆବେଦନଗୁଡିକ ଗ୍ରହଣ କରାଯିବ ନାହିଁ |ଏ ବାବଦରେ କୌଣସି ଯୋଗାଯୋଗକୁ ପ୍ରଶୟ ଦିଆଯିବ ନାହିଁ ଏବଂ ଆବେଦନକାରୀ ନିର୍ଦ୍ଦିଷ୍ଟ ଦେୟ ପଇଠ କରିଥିଲେ ମଧ୍ୟ ତାଙ୍କୁ ଆଡମିଟ୍ କାର୍ଡ ଦିଆଯିବ ନାହିଁ |
      4. ଆବେଦନକାରୀ ଫର୍ମ ପୂରଣ କରିବା ପୂର୍ବରୁ ବିଜ୍ଞାପନକୁ ଭଲଭାବେ ପଢିବାକୁ ଆବେଦନକାରୀଙ୍କୁ ପରାମର୍ଶ ଦିଆଯାଇଛି |
      5. ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା ନକରି ତାହା ପୂର୍ବରୁ ଅନଲାଇନ୍ ଆବେଦନ ଦାଖଲ କରିବାକୁ ଏବଂ ନିର୍ଦ୍ଦିଷ୍ଟ ଦେୟ ପଇଠ କରିବାକୁ ଆବେଦନକାରୀଙ୍କୁ ପରାମର୍ଶ ଦିଆଯାଇଛି |ଶେଷ ଦିନରେ ପୋର୍ଟାଲରେ ଅଧିକ ଭାର ପଡୁଥିବାରୁ ଇଣ୍ଟରନେଟ୍ ବିଚ୍ଛିନ୍ନ / ଅକ୍ଷମତା କିମ୍ବା ଅନଲାଇନ୍ ରେଜିଷ୍ଟ୍ରେସନ୍ ପୋର୍ଟାଲରେ ଲଗଇନ୍ କରିବାରେ ବିଫଳତାକୁ ଏଡ଼ାଇବା ପାଇଁ ଏପରି ପରାମର୍ଶ ଦିଆଯାଇଛି |
      6. ଉପରୋକ୍ତ କାରଣଗୁଡିକ କିମ୍ବା ନିୟନ୍ତ୍ରଣ ବାହାରେ ଥିବା ଅନ୍ୟ କୌଣସି କାରଣରୁ ଆବେଦନକାରୀମାନେ ଶେଷ ତାରିଖ ମଧ୍ୟରେ ସେମାନଙ୍କର ଆବେଦନପତ୍ର ଦାଖଲ କରିବାରେ ଅକ୍ଷମ ହେଲେ ବୋର୍ଡ କୌଣସି ପ୍ରକାରେ ଦାୟୀ ରହିବେ ନାହିଁ।
      7. ଅନଲାଇନ୍ ଆବେଦନପତ୍ରର ଚୁଡାନ୍ତ ଦାଖଲ ପୂର୍ବରୁ ଆବେଦନକାରୀମାନେ ଏହା ନିଶ୍ଚିତ ଭାବେ ଯାଞ୍ଚ କରିବେ ଯେ ସେମାନେ ଫର୍ମର ପ୍ରତ୍ୟେକ କ୍ଷେତ୍ରରେ ସଠିକ୍ ବିବରଣୀ ପୂରଣ କରିଛନ୍ତି | ଅନଲାଇନ୍ ଆବେଦନ ଫର୍ମ ଦାଖଲ ପରେ, କୌଣସି ପରିସ୍ଥିତିରେ କୌଣସି ପରିବର୍ତ୍ତନ / ସଂଶୋଧନ / ପରିବର୍ତ୍ତନକୁ ଅନୁମତି ଦିଆଯିବ ନାହିଁ |ଡାକ, ଫ୍ୟାକ୍ସ, ଇମେଲ, ହାତରେ ଇତ୍ୟାଦି କୌଣସି ରୂପରେ ଏ ସମ୍ବନ୍ଧରେ ଗ୍ରହଣ କରାଯାଇଥିବା ଅନୁରୋଧଗୁଡିକୁ ବିଚାରକୁ ନିଆଯିବ ନାହିଁ |
      8. ଆବେଦନକାରୀଙ୍କୁ ଘୋଷଣା କରିବାକୁ ହେବ ଯେ, ଏହି ଆବେଦନ ଫର୍ମରେ କରାଯାଇଥିବା ସମସ୍ତ ଏଣ୍ଟ୍ରି / ଷ୍ଟେଟମେଣ୍ଟଗୁଡିକ ତାଙ୍କର ଜ୍ଞାନ ଏବଂ ବିଶ୍ୱାସ ଅନୁଯାୟୀ ପ୍ରକୃତ, ସମ୍ପୂର୍ଣ୍ଣ ଏବଂ ସଠିକ୍ ଅଟେ ଏବଂ ଏଠାରେ କୌଣସି ତଥ୍ୟ ଲୁଚାଯାଇନାହିଁ |ଯଦି କୌଣସି ସୂଚନା ମିଥ୍ୟା କିମ୍ବା ଭୁଲ ବୋଲି ଜଣାପଡେ, ତେବେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ଯେଉଁଥିରେ ଯେ କୌଣସି ପର୍ଯ୍ୟାୟରେ ପରୀକ୍ଷା ପାଇଁ ଅଯୋଗ୍ୟ ଘୋଷଣା କରାଯାଇପାରେ | ବୋର୍ଡ / ଓଡିଶା ପୋଲିସ୍ ଦ୍ୱାରା ପରିଚାଳିତ ଯେ କୌଣସି ପରୀକ୍ଷା / ଚୟନରୁ ସାମୟିକ କିମ୍ବା ସ୍ଥାୟୀ ଭାବରେ ବଞ୍ଚିତ କରାଯିବା ସହ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |
    3. ଅନଲାଇନ୍ ଆବେଦନପତ୍ର ପୂରଣ କରିବା ପ୍ରକ୍ରିୟା: ଫର୍ମ ପୂରଣ କରିବା ପୂର୍ବରୁ ଆବେଦନକାରୀମାନେ ବିଜ୍ଞାପନକୁ ଭଲଭାବେ ପଢିବା ଉଚିତ୍ |

      ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ପୂରଣ ପ୍ରକ୍ରିୟାର ଦୁଇଟି ଭାଗ ରହିଛି :

      1. ମୂଳ ପଂଜିକରଣ
      2. ବିଶଦ ପଂଜିକରଣ
      1. ମୂଳ ପଂଜିକରଣ: ଏହା ରେଫରେନ୍ସ ନମ୍ବର ଏବଂ ପାସୱାର୍ଡ ଦେବା ପାଇଁ ପ୍ରଯୁଜ୍ୟ |
        1. ପ୍ରଥମ ଥର ରେଜିଷ୍ଟର କରିବା ପାଇଁ ଏହି ୱେବସାଇଟ୍ ରେ "New User" ବଟମ୍ ରେ କ୍ଲିକ୍ କରନ୍ତୁ | https://odipolsi21.onlineapplicationform.org/ODIPOL/
        2. ନିର୍ଦ୍ଦେଶାବଳୀକୁ ଭଲଭାବେ ପଢନ୍ତୁ ଏବଂ ଏଥିରେ ରାଜି ବୋଲି ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ ଓ ଆଗକୁ ବଢନ୍ତୁ|ଆବେଦନକାରୀ ଏହା ନକରି ଆଗକୁ ବଢିବାକୁ ସମର୍ଥ ହେବେ ନାହିଁ |
        3. "ମୂଳ ପଞ୍ଜୀକରଣ" ଫର୍ମରେ ବିବରଣୀ ପୂରଣ କରନ୍ତୁ |ମୂଳ ପଞ୍ଜୀକରଣ ପାଇଁ ସବିଶେଷ ତଥ୍ୟ ପୂରଣ କରିବା ସମୟରେ ଯତ୍ନବାନ ହେବା ଉଚିତ କାରଣ ଏହି ବିବରଣୀଗୁଡିକ ବିଷଦ ପଞ୍ଜିକରଣରେ ଅଟୋ ଅର୍ଥାତ୍ ଆପେ ଆପେ ଅଣାଯିବ ଏବଂ ପରେ କୌଣସି ପ୍ରକାର ପରିବର୍ତ୍ତନ ପାଇଁ ଅନୁମତି ଦିଆଯିବ ନାହିଁ |ମୂଳ ପଞ୍ଜୀକରଣ ପାଇଁ ଆବଶ୍ୟକ ନିମ୍ନଲିଖିତ ବିବରଣୀ ଦିଅନ୍ତୁ:
          1. ଆବେଦନକାରୀ ସଂପୂର୍ଣ୍ଣ ନାମ (ପ୍ରଥମ ନାମ, ମଧ୍ୟମ ନାମ, ଶେଷ ନାମ) ମାଟ୍ରିକ୍ (ଦଶମ ଶ୍ରେଣୀ) ପ୍ରମାଣପତ୍ରରେ ଯେଉଁ ନାମ ଥିବ
          2. ଲିଙ୍ଗ (ପୁରୁଷ / ମହିଳା / ଟ୍ରାନ୍ସଜେଣ୍ଡର)
          3. ଜାତୀୟତା
          4. ଇମେଲ୍
          5. ଇମେଲ୍ ID ସୁନିଶ୍ଚିତ କରନ୍ତୁ
          6. ମୋବାଇଲ୍ ନମ୍ବର
          7. ‘Mobile OTP’ କ୍ଲିକ୍ କରନ୍ତୁଆପଣଙ୍କ ମୋବାଇଲ୍ ନମ୍ବରକୁ ଏକ OTP ପଠାଯିବ | OTP ଦିଅନ୍ତୁ |
          8. ସ୍କ୍ରିନରେ ପ୍ରଦର୍ଶିତ ହୋଇଥିବା ପରି ଯାଞ୍ଚ କୋଡ୍ (Captcha) ଟାଇପ୍ କରନ୍ତୁ |
          9. ଘୋଷଣାନାମା ପାଇଁ ଚେକ୍ ବକ୍ସ କ୍ଲିକ୍ କରନ୍ତୁ |
          10. ‘Submit’ କ୍ଲିକ୍ କରନ୍ତୁ
          11. ଆପଣଙ୍କର ଡାଟା ସେଭ୍ ହେବ ଏବଂ ସ୍କ୍ରିନ୍ ରେ ଏକ ରେଫରେନ୍ସ ନମ୍ବର ପ୍ରଦର୍ଶିତ ହେବ |ପ୍ରଥମ ଥର ଲଗଇନ୍ ପାଇଁ ରେଫରେନ୍ସ ନମ୍ବର ଏବଂ ପାସୱାର୍ଡ ଆପଣଙ୍କ ମୋବାଇଲ୍ ନମ୍ବର ଏବଂ ଇମେଲ୍ ID କୁ ପଠାଯିବ |
      2. ବିଶଦ ପଂଜିକରଣ :
        1. ମୌଳିକ ପଞ୍ଜିକରଣରେ ଆପଣଙ୍କ ମୋବାଇଲ ଓ ଇମେଲକୁ ଆସିଥିବା ରିଫରେନସ୍ ନମ୍ବର ଏବଂ ପାସୱାର୍ଡ ବ୍ୟବହାର କରି ଲଗଇନ୍ କରନ୍ତୁ | ପ୍ରଥମ ଲଗଇନ୍ ରେ ପାସୱାର୍ଡ ପରିବର୍ତ୍ତନ କରନ୍ତୁ |
        2. ନିର୍ଦ୍ଦେଶ ସହିତ ମୂଳପୃଷ୍ଠା(ହୋମ୍ ପେଜ୍) ଖୋଲିଯିବ |ନିର୍ଦ୍ଦେଶ ପଢିବା ପରେ “ବ୍ୟକ୍ତିଗତ ବିବରଣୀ” ଖୋଲିବା ଜାରି ରଖନ୍ତୁ |
        3. ବ୍ୟକ୍ତିଗତ ବିବରଣୀ ଖୋଲିଯିବନିମ୍ନଲିଖିତ ବିବରଣୀ ଦିଅନ୍ତୁ :

            ନୋଟ୍ : ନାମ / ଲିଙ୍ଗ / ଇ-ମେଲ୍ ID / ମୋବାଇଲ୍ ନମ୍ବରର ସବିଶେଷ ତଥ୍ୟ ‘ମୌଳିକ ପଞ୍ଜିକରଣ’ରୁ ଆପେ ଆପେ ଅଣାଯିବ ଏବଂ ପରିବର୍ତ୍ତନ ଯୋଗ୍ୟ ନୁହେଁ |

        1. ବ୍ୟକ୍ତିଗତ ବିବରଣୀ
          1. ବର୍ଗ ଚୟନ କରନ୍ତୁ ଯଥା, UR/SEBC/SC/ST.
          2. ଚାକିରି କରିଥିବା ଠିକାଭିତ୍ତିକ କର୍ମଚାରୀଙ୍କ କ୍ଷେତ୍ରରେ ସବିଶେଷ ତଥ୍ୟ ପ୍ରଦାନ କରନ୍ତୁ |
          3. କ୍ରୀଡାବିତ୍ ଙ୍କ କ୍ଷେତ୍ରରେ ବିବରଣୀ ପ୍ରଦାନ କରନ୍ତୁ
          4. NCC ପ୍ରମାଣପତ୍ର ସମ୍ପର୍କରେ ବିଶଦ ବିବରଣୀ ପ୍ରଦାନ କରନ୍ତୁ
          5. ପୂର୍ବତନ ସେନା କର୍ମଚାରୀଙ୍କ କ୍ଷେତ୍ରରେ ସବିଶେଷ ତଥ୍ୟ ପ୍ରଦାନ କରନ୍ତୁ |
          6. ମାଟ୍ରିକ୍ (ଦଶମ ଶ୍ରେଣୀ) ସାର୍ଟିଫିକେଟ୍ ରେ ଥିବା ଆପଣଙ୍କର ଜନ୍ମ ତାରିଖ ପୂରଣ କରନ୍ତୁ |
          7. ମାନକ ରେକର୍ଡ ଅନୁଯାୟୀ ଆପଣଙ୍କର ପିତା / ସ୍ୱାମୀଙ୍କ ନାମ ଏବଂ ମାତାଙ୍କ ନାମ ପ୍ରବେଶ କରନ୍ତୁ |
          8. ପିନକୋଡ୍ ସହିତ ଆପଣଙ୍କର ସମ୍ପୂର୍ଣ୍ଣ ସ୍ଥାୟୀ ଏବଂ ଯୋଗାଯୋଗ ଠିକଣା ଦିଅନ୍ତୁ |
        2. ଶିକ୍ଷାଗତ ବିବରଣୀ

          ନିମ୍ନ ଶିକ୍ଷାଗତ ଯୋଗ୍ୟତା ବିବରଣୀ ପ୍ରଦାନ କରନ୍ତୁ;

          1. ଦଶମ ଶ୍ରେଣୀ ପରୀକ୍ଷା
          2. ଦ୍ଵାଦଶ ଶ୍ରେଣୀ ପରୀକ୍ଷା
          3. ସ୍ନାତକ/ବାଚଲର୍ ଡିଗ୍ରୀ

          ନୋଟ୍: ଆବେଦନକାରୀ ପ୍ରାର୍ଥୀମାନେ ଆବଶ୍ୟକ ଯୋଗ୍ୟତା ପୂରଣ (ପାସ୍) କରିଥିବା ଆବଶ୍ୟକ ଏବଂ ଆବେଦନପତ୍ର ଦାଖଲ ତାରିଖ ସୁଦ୍ଧା ଆବଶ୍ୟକ ଶିକ୍ଷା ପ୍ରମାଣପତ୍ର / ଡିଗ୍ରୀ ହାସଲ କରିଥିବା ଜରୁରୀ |ଯେଉଁ ପ୍ରାର୍ଥୀମାନେ ଆବଶ୍ୟକ ଯୋଗ୍ୟତା ପାଇଁ ପରୀକ୍ଷା ଦେଇଛନ୍ତି କିମ୍ବା ଦେଉଛନ୍ତି ଏବଂ ସେମାନଙ୍କର ଶିକ୍ଷାଗତ ପ୍ରମାଣପତ୍ର / ଡିଗ୍ରୀ ନାହିଁ, ସେମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ଯୋଗ୍ୟ ନୁହଁନ୍ତି |

        3. ବିସ୍ତୃତ ପଞ୍ଜୀକରଣର ପରବର୍ତ୍ତୀ ଭାଗକୁ ଯାଆନ୍ତୁ |

        4. ଫଟୋ ଅପଲୋଡ୍
          1. ରଙ୍ଗିନ ପାସପୋର୍ଟ ଆକାରର ବର୍ତ୍ତମାନ ସ୍କାନ୍ ହୋଇଥିବା ଛବି ଅପଲୋଡ୍ କରନ୍ତୁ ଫଟୋ - ଆକାର 11Kb-80Kb, ଫାଇଲ୍ ଫର୍ମାଟ୍ କେବଳ JPG କିମ୍ବା JPEG |

          ନୋଟ୍: ଯଦି ଫଟୋଗ୍ରାଫ୍ ବର୍ତ୍ତମାନର ନୁହେଁ (ଛଅ ମାସ ମଧ୍ୟରେ) ଏବଂ ସ୍ପଷ୍ଟ ନୁହେଁ, ତେବେ ଆବେଦନ ପ୍ରତ୍ୟାଖ୍ୟାନ ହେବ |

        5. ଦସ୍ତଖତ ଅପଲୋଡ୍
          1. ପରିସ୍କାର ଭାବେ ସ୍କାନ୍ ହୋଇଥିବା ଦସ୍ତଖତ ଛବି ଅପଲୋଡ୍ କରନ୍ତୁ - କେବଳ JPG କିମ୍ବା JPEG ଫାଇଲ୍ ଫର୍ମାଟ୍ ର ଆକାର 05Kb-50Kb |

          ନୋଟ୍: ଯଦି ସ୍କାନ୍ ହୋଇଥିବା ଦସ୍ତଖତ ସ୍ପଷ୍ଟ ନୁହେଁ, ତେବେ ଆବେଦନ ପ୍ରତ୍ୟାଖ୍ୟାନ ହେବ |

        6. ପ୍ରିଭ୍ୟୁ (ପୂର୍ବାବଲୋକନ)

          ଏହି ପର୍ଯ୍ୟାୟରେ, ଆବେଦନକାରୀ ତଥ୍ୟ ଯାଞ୍ଚ କରିବା ପାଇଁ ଆବେଦନକୁ ପୂର୍ବାବଲୋକନ କରିପାରିବେ |ଆବେଦନକାରୀ ବ୍ରାଉଜର୍ ପ୍ରିଣ୍ଟ୍ ଅପ୍ସନ୍ (Ctrl + P) ବ୍ୟବହାର କରି ପ୍ରିଭ୍ୟୁ ପେଜ୍ ର ପ୍ରିଣ୍ଟ୍ ମଧ୍ୟ ନେଇପାରିବେ ଏବଂ ଆବେଦନର ସଠିକତା ଯାଞ୍ଚ କରିପାରିବେ |ପ୍ରିଣ୍ଟ୍ ହୋଇଥିବା ପ୍ରିଭ୍ୟୁ ପେଜ୍ ଆବେଦନ ଫର୍ମ ଦାଖଲ ହୋଇଛି ବୋଲି ବିବେଚନା କରାଯିବ ନାହିଁ |ଯଦି କୌଣସି ସଂଶୋଧନ ଆବଶ୍ୟକ ହୁଏ, ଆବେଦନକାରୀ ସମ୍ପୃକ୍ତ ପୃଷ୍ଠାର ତାହା କରିପାରିବେ |ଥରେ ଆବେଦନକାରୀ ତାଙ୍କର ଅନଲାଇନ୍ ଆବେଦନର ସମସ୍ତ ତଥ୍ୟକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିସାରିବା ପରେ, ଘୋଷଣାନାମା ଦେବାକୁ ଆଗକୁ ବଢିବେ |ଏହା ପରେ ସେ “ସବମିଟ୍ ଏବଂ ପ୍ରୋସିଡ୍” / “ଆବେଦନ ଫର୍ମ ଦାଖଲ” ବଟନ୍ କ୍ଲିକ୍ କରି ଆବେଦନପତ୍ର ଦାଖଲ କରିବେ |ଏହା ପରେ ଆବେଦନପତ୍ରରେ କୌଣସି ପରିବର୍ତ୍ତନା ପାଇଁ ଅନୁମତି ମିଳିବ ନାହିଁ

    4. ପରୀକ୍ଷା ଦେୟ ଦେବାପାଇଁ ପ୍ରଣାଳୀ:

      ଆବେଦନକାରୀ ଅନଲାଇନ୍ ମାଧ୍ୟମରେ (ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ / ଗେଟୱେ ପେମେଣ୍ଟ ମାଧ୍ୟମରେ ଅନ୍ୟ UPI ବ୍ୟବହାର କରି) ପେମେଣ୍ଟ କରିପାରିବେ |

      1. ଯଦି ଆବେଦନକାରୀ ଏକ ଅନଲାଇନ୍ ପେମେଣ୍ଟ ଆରମ୍ଭ କରିସାରିଛନ୍ତି, କିନ୍ତୁ ସଫଳ ହୋଇଥିବା ସୂଚନା ପାଇନାହାନ୍ତି, ତେବେ ସେହି କ୍ଷେତ୍ରରେ ସିଷ୍ଟମ ଆବେଦନକାରୀଙ୍କୁ ପ୍ରଥମ ଦେୟ ଆରମ୍ଭ ହେବାର 45 ମିନିଟ ପରେ ପୁନ ପେମେଣ୍ଚ କରିବାକୁ ଅନୁମତି ଦେବ | ତେବେ ଯଦି ଆବେଦନକାରୀଙ୍କ ଦେୟ ପ୍ରତ୍ୟାଖ୍ୟାନ ହୋଇଥାଏ, ତେବେ ତୁରନ୍ତ ଅନ୍ୟ ଏକ ଦେୟ ପ୍ରୟାସ କରିବାକୁ ଆବେଦନକାରୀଙ୍କୁ ଅନୁମତି ଦିଆଯିବ |
      2. ସଫଳ ଦେୟ ସ୍ଥିତି ଆଧାରରେ, ଆବେଦନକାରୀ ସଫଳ ଦେୟ ପାଇଁ ଏକ ଇମେଲ୍ ଏବଂ SMS ପାଇବେ |
      3. ଥରେ ପରୀକ୍ଷା ଦେୟ ସଫଳତାର ସହିତ ପଇଠ ହୋଇଗଲେ, ପେମେଣ୍ଟ ସ୍ଥିତି ସେହି ଅନୁଯାୟୀ ସିଷ୍ଟମରେ ଅପଡେଟ୍ ହୋଇଯିବ |
    5. ଆବେଦନ ପତ୍ରପ୍ରିଣ୍ଟ

      1. ସଫଳ ଭାବେ ଆବେଦନଫର୍ମ ଦାଖଲ ହେବାପରେ, ପ୍ରାର୍ଥୀ ୱେବ୍ ପୃଷ୍ଠାର ଉପର ଡାହାଣ କୋଣରେ ଥିବା ଡ୍ୟାସବୋର୍ଡ ଟ୍ୟାବରୁ ନିଜସ୍ୱ ରେଫରେନ୍ସ ପାଇଁ ଆବେଦନକୁ ଡାଉନଲୋଡ୍ କରିପାରିବେ ଏବଂ ପ୍ରିଣ୍ଟ ବାହାର କରିପାରିବେ |
      2. ଆବେଦନ ଫର୍ମର କୌଣସି ପ୍ରିଣ୍ଟ ଆଉଟ୍ / ହାର୍ଡ କପି OPRB କୁ ପଠାଇବା ଆବଶ୍ୟକ ନାହିଁ |

      ନୋଟ୍:

      1. ଆବେଦନକାରୀମାନେ ଧାର୍ଯ୍ୟ ତାରିଖ ଏବଂ ସମୟ ପୂର୍ବରୁ ସମସ୍ତ ତଥ୍ୟ ସହିତ ଅନଲାଇନ୍ ଆବେଦନ ନିଶ୍ଚିତ ଭାବରେ ଦାଖଲ କରିବେ ଯାହା ହେଉଛି 15/07/2021 23:59 ଘଣ୍ଟା |
      2. ଅସମ୍ପୂର୍ଣ୍ଣ ଆବେଦନ, ଫି ଦେୟ ନଥାଇ ଆବେଦନ, ଅନଲାଇନ୍ ମୋଡ୍ ବ୍ୟତୀତ ଅନ୍ୟ କୌଣସି ମୋଡ୍ ମାଧ୍ୟମରେ ପ୍ରାପ୍ତ ଆବେଦନ ଏବଂ ସଠିକ୍ ଭାବରେ ଦାଖଲ ହୋଇନଥିବା ଆବେଦନଗୁଡିକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ ଏବଂ ଏଗୁଡିକୁ ପ୍ରତ୍ୟାଖ୍ୟାନ କରାଯିବ | ଏହିପରି ପ୍ରତ୍ୟାଖ୍ୟାନ ବିରୁଦ୍ଧରେ କୌଣସି ଦରଖାସ୍ତକୁ ପ୍ରଶୟ ଦିଆଯିବ ନାହିଁ |
      3. ଯେତେବେଳେ ଆବେଦନ ସଫଳତାର ସହିତ ଦାଖଲ ହୁଏ, ଏହା ସାମୟିକ ଭାବରେ ଗ୍ରହଣ କରାଗଲା ବୋଲି ଧରାଯିବ |
      4. ଆବେଦନକାରୀମାନେ ଧ୍ୟାନ ଦେବା ଉଚିତ୍ ଯେ ଅନଲାଇନ୍ ଆବେଦନରେ ଉଲ୍ଲେଖ କରାଯାଇଥିବା ତଥ୍ୟଗୁଡିକୁ ଚୂଡାନ୍ତ ଭାବେ ବିବେଚନା କରାଯିବ ଏବଂ ଅନଲାଇନ୍ ଆବେଦନ ଫର୍ମ ଦାଖଲ ପରେ, କୌଣସି ପରିସ୍ଥିତିରେ କୌଣସି ପରିବର୍ତ୍ତନ / ସଂଶୋଧନ / ପରିବର୍ତ୍ତନକୁ ଅନୁମତି ଦିଆଯିବ ନାହିଁ ଡାକ, ଫ୍ୟାକ୍ସ, ଇମେଲ, ହାତରେ ଇତ୍ୟାଦି କୌଣସି ରୂପରେ ଏ ସମ୍ବନ୍ଧରେ ଗ୍ରହଣ କରାଯାଇଥିବା ଅନୁରୋଧଗୁଡିକୁ ବିଚାରକୁ ନିଆଯିବ ନାହିଁ |
      5. ନିମ୍ନଲିଙ୍କ୍ ରେ ପ୍ରାର୍ଥୀ, ୟୁଜର୍ ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି, ତାଙ୍କ ଆବେଦନର ସ୍ଥିତି ଜାଣିପାରିବେ ଏବଂ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ | https://odipolsi21.onlineapplicationform.org/ODIPOL/
      6. ପ୍ରାର୍ଥୀମାନଙ୍କପାଖରେବୋର୍ଡଦ୍ୱାରାଜାରିକରାଯାଇଥିବାଏକବୈଧଆଡମିଟ୍କାର୍ଡଏବଂକୌଣସିସରକାରଙ୍କଦ୍ୱାରାଜାରିକରାଯାଇଥିବାଏକବୈଧଫଟୋପରିଚୟପ୍ରମାଣପତ୍ରଥିଲେହିଁପରୀକ୍ଷାରେବସିବାଲାଗିଅନୁମତିଦିଆଯିବ।ନିଯୁକ୍ତିସମ୍ପର୍କରେଅଧିକସୂଚନାପାଇଁପ୍ରାର୍ଥୀନିମ୍ନଲିଙ୍କ୍ଦେଖିବାକୁପରାମର୍ଶଦିଆଯାଉଛି https://odipolsi21.onlineapplicationform.org/ODIPOL/
    6. ଆବେଦନ ପଞ୍ଜିକରଣ ପାଇଁ ଶେଷ ତାରିଖ:

      1. ଅନ୍ଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ 15/07/2021, 23:59 ଘଣ୍ଟା |
    7. ହେଲ୍ପ ଡେସ୍କ

      ନିମ୍ନଲିଖିତ ନମ୍ବର / ଇମେଲରେ ଆବେଦନ ସମ୍ବନ୍ଧୀୟ ଯେକୌଣସି ବୈଷୟିକ ପ୍ରଶ୍ନ ପାଇଁ ଆବେଦନକାରୀମାନେ ହେଲପ୍ ଡେସ୍କ ସହିତ ଯୋଗାଯୋଗ କରିପାରିବେ |

      ଫୋନ୍ ନମ୍ବର : 022 - 62337902.

      ଇମେଲ୍ : odipolsi21@onlineregistrationform.org

      ସମୟ9 : 9:00 ଘଣ୍ଟା - 18:00 ଘଣ୍ଟା ସୋମବାର ଠାରୁ ଶନିବାର (ଜାତୀୟ ଛୁଟିଦିବସ ବ୍ୟତୀତ)

      ନୋଟ୍ : ପେମେଣ୍ଟ, OTP, ୟୁଜର୍ ଆଇଡି, ପାସୱାର୍ଡ, ଆପ୍ଲିକେସନ୍ ଡାଉନଲୋଡ୍, ପେମେଣ୍ଟ ରସିଦ ଡାଉନଲୋଡ୍ ଏବଂ କେବଳ ସେହିଭଳି ଆବେଦନ ସମ୍ବନ୍ଧୀୟ ବୈଷୟିକ ପ୍ରଶ୍ନଗୁଡ଼ିକ ପାଇଁ ଉପରୋକ୍ତ ହେଲ୍ପ ଡେସ୍କ ପ୍ରଯୁଜ୍ୟ|ଅନ୍ୟ ବିଷୟ ପାଇଁ ବିଜ୍ଞାପନକୁ ଦେଖନ୍ତୁ |